ଇ
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଇ ଓଡ଼ିଆ ବର୍ଣ୍ଣମାଳାର ଏକ ସ୍ୱର ବର୍ଣ୍ଣ । ଏହା ୩ୟ ସ୍ୱର ବର୍ଣ୍ଣ ବର୍ଣ୍ଣ ଏହାର ନାମ "ହ୍ରସ୍ୱ ଇ" । ଏହାର ମାତ୍ରା " ି " ବ୍ୟଞ୍ଜନ ବର୍ଣ୍ଣର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ ଅବଧାନମାନେ ଚିତା କହିଥାନ୍ତି ।
ଉଚ୍ଚାରଣ[ସମ୍ପାଦନା]
ଏହାର ଉଚ୍ଚାରଣ ତାଳୁ ।[୧]
ଇତିହାସ ଓ ପୁରାଣ[ସମ୍ପାଦନା]
ବ୍ୟବହାର[ସମ୍ପାଦନା]
ବିଶେଷଣ[ସମ୍ପାଦନା]
କେତେକ ବିଶେଷଣ ପଦ ଶେଷରେ ଇକାର ଯୋଗ ହେଲେ ତାହା ଗୁଣବାଚକ ବିଶେଷ୍ୟ ହୋଇଥାଏ; ଯଥା- ଚଲାଖରୁ ଚଲାଖି, ବଦମାସରୁ ବଦମାସି ଆଦି ।
ପ୍ରତ୍ୟୟ[ସମ୍ପାଦନା]
ନିମିତ୍ତାର୍ଥକ "କୁ" ପ୍ରତ୍ୟୟ ଲୋପ ହୋଇ ବିକଳ୍ପରେ ମୂଲ ଧାତୁ ଶେଷରେ "ଇ" ଯୋଗ ହୋଇଥାଏ, ଯଥା- ଆଣି ଯାଉଛି = ଆଣିବାକୁ ଯାଉଛି, ମାରି ମନ କରୁଛି = ମାରିବାକୁ ମନ କରୁଛି ।
ପୁରାତନ ପ୍ରୟୋଗ[ସମ୍ପାଦନା]
ଦ୍ୱିତୀୟା ବିଭକ୍ତିରେ "କୁ", ଯଥା - ଆଜ୍ଞା ପ୍ରମାଣେ ଯାଅ ସାରଦା ଦେବିଇ ।[୨]
ସାଙ୍କେତିକ ଚିହ୍ନ[ସମ୍ପାଦନା]
ସାଙ୍କେତିକ ଚିହ୍ନରେ ବ୍ୟବହାର କଲାବେଳେ ଏହାର ଦୁଇ ପାଖରେ ଦୁଇଟି ଗାର ଦେଇଦିଆଯାଏ ।
- ଯଥା - | ଇ | କଟକ
- ସମ୍ବଲପୁରୀରେ: ଇ ଜୁଗେ କଁଠି (= ଲଙ୍ଗଳ କଣ୍ଟିରେ) ହାତ୍ ନେଇଁ ଦିଲେ ଆର୍ ନେଇଁ ଚଲେ ।
ଅନ୍ୟାନ୍ୟ[ସମ୍ପାଦନା]
ଏହା ଅନ୍ୟ ଶବ୍ଦ ପୂର୍ବରୁ ବ୍ୟବହାର କରାଯାଇଥାଏ ।
- ଯଥା - ଇଆଡ଼େ, ଇଲାଗେ, ଇମିତି, ଇଛୁଣି
ବିଦେଶି ଭାଷା[ସମ୍ପାଦନା]
ଏହି "ଇ କାର" ଫାରସି, ଆରବୀ, ଇଂରାଜୀରେ ମଧ୍ୟ ଅଛି [୧]
କମ୍ପ୍ୟୁଟର କୋଡ଼[ସମ୍ପାଦନା]
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B07 ଓ "ଇକାର" (" ି ")ର କୋଡ଼ ହେଲା : 0B3F[୩]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୮୪୭ (୧୯୩୩)
- ↑ ଦାସ, ଅଚ୍ୟୁତାନନ୍ଦ. ଶ୍ରୀଗୁରୁଭକ୍ତିଗୀତା
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc